ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ନୀ ପାଖାପାଖି ୪ଟା ବେଳେ ପ୍ରଧାନମନ୍ତ୍ରୀ ଆବାସରେ ପହଂଚିଥିଲେ। ସେପ୍ଟେମ୍ବର ୨୦ ତାରିଖରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜୀତ ଶପଥ ନେବା ପରେ ମୋଦୀଙ୍କ ସହ ଏହା ହେଉଛି ତାଙ୍କର ପ୍ରଥମ ସାକ୍ଷାତ।
ଏହି ପରିପ୍ରେକ୍ଷୀରେ ଚରଣଜୀତ ଅକ୍ଟୋବର ୧ରୁ ଧାନ ଫସଲ କିଣିବା ଉପରେ ରୋକ ଲଗାଯାଇଥିବା ପତ୍ରକୁ ଫେରାଇ ନେବାକୁ ମୋଦୀଙ୍କୁ ଅନୁରୋଧ କରିବେ ବୋଲି ଆଶା କରାଯାଉଛି। ଧାନର ସରକାରୀ କ୍ରୟ ସାମାନ୍ୟ ରୂପରେ ଅକ୍ଟୋବର ୧ରୁ ଆରମ୍ଭ ହୋଇଥାଏ। କିନ୍ତୁ ଚରଣଜୀତ ଗୁରୁବାର ଉକ୍ତ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ହସ୍ତକ୍ଷେପ ଦାବି କରିଥିଲେ।