୨୦୨୨ରେ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ବିଳମ୍ବିତ ହେବ। ଏ ସମ୍ପର୍କରେ ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଶିବନ କହିଛନ୍ତି ଯେ, କରୋନା ମହାମାରୀ କାରଣରୁ ଚଳିତ ବର୍ଷ ହେବାକୁଥିବା ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ୨୦୨୨ରେ ହେବ। ଏହାସହ ସେ ଆହୁରି କହିଛନ୍ତି ଚନ୍ଦ୍ରଯାନ-୩ରେ ଅର୍ବିଟର ରହିବ ନାହିଁ। ଏଥିରେ କେବଳ ଲ୍ୟାଣ୍ଡର ରହିବ। ଚନ୍ଦ୍ରଯାନ -୨କୁ ଯେଉଁଠାରେ ଅବତରଣ ପାଇଁ ଯୋଜନା କରାଯାଇଥିଲା ସେହିଠାରେ ହିଁ ଚନ୍ଦ୍ରଯାନ-୩କୁ ଅବତରଣ କରାଯିବ।

ତେବେ ଏହା ୨୦୨୦ର ଶେଷ ଭାଗରେ ଉତ୍‌କ୍ଷେପଣ ହେବାର ଯୋଜନା ଥିଲା। ଇସ୍ରୋ ପାଇଁ ଚନ୍ଦ୍ରଯାନ-୩ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହା ପରବର୍ତ୍ତୀ ମିଶନ ପାଇଁ ଭାରତ ତାର ସାମର୍ଥ୍ୟ ପ୍ରଦର୍ଶନ କରିବ। ସେ କହିଛନ୍ତି ଯେ ଗଗନଯାନ ପ୍ରକଳ୍ପ ଅଧୀନରେ ପ୍ରଥମ ମାନବବିହୀନ ମିଶନ ଇସ୍ରୋ ପ୍ରଥମେ ଗତ ବର୍ଷ ଡିସେମ୍ବରରେ ଆରମ୍ଭ କରିବାର ଥିଲା।

ତେବେ ୨୦୨୨ ସୁଦ୍ଧା ୩ ଜଣ ଭାରତୀୟଙ୍କୁ ମହାକାଶକୁ ପଠାଇବାକୁ ଗଗନଯାନ ଯୋଜନା କରିଛି । ଏହି ମିଶନ ପାଇଁ ମନୋନୀତ ହୋଇଥିବା ଚାରିଜଣ ପାଇଲଟ୍ ବର୍ତ୍ତମାନ ଭାରତର ତୃତୀୟ ମିଶନ୍ ଚନ୍ଦ୍ରଯାନ-୩ରେ ତାଲିମ ନେଉଛନ୍ତି।