ଚନ୍ଦ୍ରଶେଖର ଆଜାଦଙ୍କୁ ଆକ୍ରମଣ କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଆକ୍ରମଣ କରିଥିବା ୪ଜଣ ଯୁବକଙ୍କୁ ହରିୟାଣାର ଅମ୍ବାଲାରୁ ପୁଲିସ ଗିରଫ କରିଛି । ଏଥିସହିତ ଆକ୍ରମଣକାରୀମାନେ ବ୍ୟବହାର କରିଥିବା ଏକ କାରକୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରଣଖଣ୍ଡୀ ଗାଁର ଲବିଶ, ଆକାଶ ଓ ପୋପଟ । ଅନ୍ୟଜଣେ ଯୁବକ ହରିୟାଣାର କରନାଲ ଗାଁର ଗୋନ୍ଦରର ଅଧିବାସୀ ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ଆଜାଦଙ୍କ ଗାଡ଼ି ଉପରକୁ ଯୁବକମାନେ ଆଖିବୁଜା ଆକ୍ରମଣ କରିଥିଲେ । ଆଜାଦଙ୍କ ଗାଡ଼ି ଉପରକୁ ଆକ୍ରମଣକାରୀମାନେ ମୋଟ ୪ଟି ଗୁଳି ଚଳାଇଥିଲେ ।