ସହିଦ ଭଗତ ସିଂହଙ୍କ ନାମରେ ଚଣ୍ଡୀଗଡ଼ ଏୟାରପୋର୍ଟ

ନୂଆଦିଲ୍ଲୀ: ହରିୟାଣା ଓ ପଞ୍ଜାବ ସରକାର ଚଣ୍ଡୀଗଡ଼ ଏୟାରପୋର୍ଟକୁ ସହିଦ ଭଗତ ସିଂହଙ୍କ ନାମରେ ରଖିବାକୁ ସହମତି ପ୍ରକାଶ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଚଣ୍ଡୀଗଡ଼ ଏୟାରପୋର୍ଟ ନାମକୁ ନେଇ ଉଭୟ ରାଜ୍ୟ ସହମତ ହେବାକୁ କେନ୍ଦ୍ର ସରକାର କହିଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ୍ କରି କହିଛନ୍ତି ଯେ, ଚଣ୍ଡୀଗଡ଼ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ନାମ ସହିଦ ଭଗତ ସିଂହ ଜୀଙ୍କ ନାମରେ ରଖାଯିବ । ଏନେଇ ପଞ୍ଜାବ ଓ ହରିୟାଣା ମଧ୍ୟରେ ସହମତି ପ୍ରକାଶ ପାଇଛି ।