ନବରଙ୍ଗପୁର, ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୧୫ ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ମାଟିଆ ଗୁଣ୍ଡି ପୋକ ଲାଗିଥିବାରୁ ଚିନ୍ତାରେ ଚାଷୀ। ଚନ୍ଦାହାଣ୍ଡି ବ୍ଲକର ପୂଜାରୀ ଗୁଡା ମହରା ଅଞ୍ଚଳରେ ବ୍ୟାପକ ପୋକ ଲାଗିଥିବା ଦେଖିବାକୁ ମିଳିଛି। ଆଜି ଚନ୍ଦାହାଣ୍ଡି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ ବାଘ ଏବଂ କୃଷି ପରିଦର୍ଶକ ଅଭିରାମ ଗୌଡ କ୍ଷେତ୍ର ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିବାସହ ଭୟ ନକରିବାକୁ ଚାଷୀମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହାସହ କାର୍ଯ୍ୟାଳୟ ତରଫରୁ ରିହାତି ଦରରେ ଔଷଧ ଯୋଗାଇ ଦିଆଯିବ କହିଥିଲେ।