ମୋଦୀ ଲାଉଡସ୍ପୀକର ଉପରେ ରାଷ୍ଟ୍ରୀୟ ନୀତି ପ୍ରସ୍ତୁତ କରନ୍ତୁ: ଶିବସେନା

ନୂଆଦିଲ୍ଲୀ: ଶିବସେନା ନେତା ସଞ୍ଜୟ ରାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖାସ୍ ନିବେଦନ କରିଛନ୍ତି । ରାୱତ କହିଛନ୍ତି ଯେ, ଲାଉଡସ୍ପିକରକୁ ନେଇ ରାଷ୍ଟ୍ରୀୟ ନୀତି ପ୍ରସ୍ତୁତ ହେଉ ଏବଂ ଏହାକୁ ସର୍ବପ୍ରଥମେ ଗୁଜରାଟ- ଦିଲ୍ଲୀରେ ଲାଗୁ କରାଯାଉ । ଏହାପରେ ଶିବସେନା ସ୍ୱାଭାବିକ ରୂପେ ଏହି ନୀତିର ପାଳନ କରିବ । କାହିଁକି ନା ଦେଶରେ ଆଇନକୁ ପାଳନ କରିବା ବାଧ୍ୟତାମୂଳକ ।

ମହାରାଷ୍ଟ୍ରୀୟ ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଚଳିତ ମାସ ପ୍ରାରମ୍ଭରେ ମହାରାଷ୍ଟ୍ରର ମସଜିଦରେ ଲାଉଡସ୍ପୀକର ହଟାଇବାକୁ ଦାବି କରିଥିଲେ । ଏହା ପରେ ହିଁ ଲାଉଡସ୍ପିକର ବ୍ୟବହାର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।