ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୩ ଏପ୍ରିଲ ପହିଲାରୁ ୧୫ ବର୍ଷ ପୂରଣ କରିଥିବା ବ୍ୟବସାୟିକ ବଡ଼ ଯାନକୁ ଆଉ ନବୀକରଣ ପାଇଁ ଅନୁମତି ମିଳିବ ନାହିଁ। ଏହି ଯାନବାହନଗୁଡିକୁ ଅସ୍ଥାୟୀ ଭାବେ ୪ ମାସ ପାଇଁ ଅନୁମତି ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ୨୦୧୩ ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ ହେବା ନେଇ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ମୋଟର ଯାନ ଆଇନ୍ର ସେକ୍ସନ ୮୭ର ସବସେକ୍ସନ (୧) ଅନୁଯାୟୀ ଏହି ପରମିଟ ଦିଆଯିବ।
ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି। କେନ୍ଦ୍ର ସରକାର ୨୦୧୧ ଅଗଷ୍ଟ ମାସରେ ଜାତୀୟ ଅଟୋମୋବାଇଲ ସ୍କାରପେଜ୍ ପଲିସି ଆରମ୍ଭ କରିଛନ୍ତି। ଏହି ନୀତି କାର୍ଯ୍ୟକାରୀ ହେବ ଦ୍ୱାରା ସହରାଞ୍ଚଳରୁ ଯାନବାହନଜନିତ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ। ଆସନ୍ତା ୨୦୧୩ ଏପ୍ରିଲ ପହିଲାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ତେବେ ଏହି ନିୟମ ଅନୁଯାୟୀ ୧୫ ବର୍ଷ ହୋଇଯାଇଥିବା ଭାରିଯାନ ଗୁଡ଼ିକର ଫିଟ୍ନେସ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି।