ଜୁଲାଇରେ କଟକଣା କଡ଼ାକଡ଼ି, ରାଜ୍ୟମାନଙ୍କୁ ତାଗିଦ କଲା କେନ୍ଦ୍ର

  • ନୂଆଦିଲ୍ଲୀ: ଜୁଲାଇ ମାସରେ କରୋନା କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ତାଗିଦ କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁଯାୟୀ, କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ଯାଏଁ କଟକଣା କଡ଼ାକଡ଼ିଭାବେ ପାଳନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏସମ୍ପର୍କରେ ଚିଠି ଲେଖି ଜଣାଇଛି। ସଂକ୍ରମଣ ହାର ସାମାନ୍ୟ କମିଥିବାରୁ କେତେକ ରାଜ୍ୟ କଟକଣା କୋହଳ କରୁଛନ୍ତି। ତେବେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସତର୍କ କରିଛନ୍ତି।