ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବଜେଟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ ଦିଲ୍ଲୀ ବଜେଟ ଆଗତ ହେବାର ରାସ୍ତା ଫିଟିଯାଇଛି । ଦିଲ୍ଲୀ ସରକାରଙ୍କ ବଜେଟ ଆଜି ଆଗତ ହେବାର ଥିଲା କିନ୍ତୁ ମାର୍ଚ୍ଚ ୨୨ କିମ୍ବା ୨୩ରେ ହେବାର ସମ୍ଭାବନା ରହିଛି ।
ସୂତ୍ରରୁ ଜଣାପଡ଼ିଛି ଯେ, ବଜେଟ ସମ୍ବନ୍ଧରେ ଅରବିନ୍ଦ କେଜ୍ରିୱାଲ ନେତୃତ୍ୱାଧୀନ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ବିଭାଗର ଆବଣ୍ଟନକୁ ନେଇ ପରସ୍ପର ଉପରେ ଆରୋପ ଲଗାଇଥିଲେ । ସେଥିପାଇଁ ଗୃହ ମନ୍ତ୍ରଣାଳୟ ଆମ ଆଦମି ପାର୍ଟିକୁ ସ୍ପଷ୍ଟୀକରଣ ମାଗିଥିଲା । କାରଣ ବଜେଟରେ ମୂଳଦୁଆ ଢାଞ୍ଚା ଓ ଅନ୍ୟ ବିକାଶ ବଦଳରେ ବିଜ୍ଞାପନରେ ଅଧିକ ଟଙ୍କା ଆବଣ୍ଟନ କରାଯାଇଥିଲା। ଏଥିସହିତ ଗୃହ ମନ୍ତ୍ରଣାଳୟର ସ୍ୱୀକୃତି ପାଇଁ ବଜେଟକୁ ପୁଣିଥରେ ପଠାଯାଇଥିଲା ।