ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରାଜନଗରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ରାଜନଗର,ଏନ୍ଏନ୍ଏସ୍: ବାତ୍ୟା ବୁଲବୁଲର କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ରୀୟ ଟିମ ରାଜନଗରରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ କେନ୍ଦ୍ରୀୟ ଟିମ ୨ଦଳରେ ଭାଗ ହୋଇ ୪ଟି ଜିଲ୍ଲାକୁ ବୁଲିବେ। ଏହି ପରିପ୍ରେକ୍ଷୀରେ ଏକ ଟିମ ଶୁକ୍ରବାର ରାଜନଗର ପହଞ୍ଚିଛନ୍ତି। ପ୍ରଥମ ଟିମ ଚାନ୍ଦବାଲି ଓ ବାସୁଦେବପୁରରେ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

ଅପରାହ୍ଣରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଗସ୍ତ କରିବେ । ସେହିପରି ଦ୍ୱିତୀୟ ଟିମ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ୍ରେ ଅନୁଧ୍ୟାନ କରୁଛି । ଅପରାହ୍ଣରେ ଜଗତସିହଂପୁର ଜିଲ୍ଲାର କୁଜଙ୍ଗ ଓ ଏରସମାର ସ୍ଥିତି ଅନୁଧ୍ୟାନ କରିବ । ସନ୍ଧ୍ୟାରେ ଏହି ଦୁଇଟି ଟିମ ଲୋକସେବା ଭବନରେ ମୁଖ୍ୟଶାସନ ସଚିବଙ୍କ ସହ ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି।

ଗୁରୁବାର ଏହି ଟିମ ଭଦ୍ରକର ଚାନ୍ଦବାଲି ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି । ଏଥିସହ ଧାମରାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି । ସେଠାକାର ଲୋକମାନଙ୍କ ମତାମତ ମଧ୍ୟ ନେଇଛନ୍ତି ।