ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ଫିରିଙ୍ଗିଆ,ଗୋଛାପଡା, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି କେନ୍ଦ୍ର ସରକାରଙ୍କ ଦୁଇଜଣିଆ ପ୍ରତିନିଧି ଦଳ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ପ୍ରଥମେ ଏହି ପ୍ରତିନିଧି ଦଳ ଫିରିଙ୍ଗିଆ ବ୍ଲକର ବାଳନ୍ଦାପଡା ଓ ଲୁଇସିଂ ଆଦି ପଞ୍ଚାୟତରେ ପହଞ୍ଚି କେନ୍ଦ୍ର ସରକାରଙ୍କ ଅନୁଦାନରେ ପରିଚାଳିତ ହେଉଥିବା ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ପଞ୍ଚାୟତ, ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ। ଏଥି ସହିତ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା , ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ସମୀକ୍ଷା କରିବା ସହ ବିଭିନ୍ନ ପ୍ରକାର ହିତାଧିକାରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାତୟ ଗସ୍ତକରି ସରପଞ୍ଚ, ସମିତି ସଭ୍ୟ , ଗ୍ରାମରୋଜଗାର ସେବକ, ଗାଁ ସାଥି ଏବଂ କାର୍ଯ୍ୟରତ କନିଷ୍ଠ ଜନ୍ତ୍ରୀଙ୍କ ସହ ପଞ୍ଚାୟତ ଅଧୀନରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପଚାରିବୁଝିଥିଲେ। ଏହି ଗସ୍ତ ସମୟରେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁମନ୍ତ ଉଥାନ ସିଂ, କନିଷ୍ଟ ଯନ୍ତ୍ରୀ ରମେଶ କୁମାର ଦାସ ଓ ଭୁବନାନନ୍ଦ ବିଶ୍ୱାଳ , ପିଆଇଓ ସୁଧିର କୁମାର ପ୍ରଧାନ ଓ ସୁବ୍ରତ ମଲ୍ଲିକ , ଗ୍ରାମ ରୋଜଗାର ସେବକ ସତ୍ୟଜିତ ଦିଗାଳ, ଶ୍ରମିକ ଦିଗାଳ ଓ ଫିରିଙ୍ଗିଆ ବ୍ଲକ ଗ୍ରାମ୍ୟ ଗୃହ ନିର୍ମାଣ ସଂଯୋଜକ ଭବାନୀ ଶଙ୍କର ଦେଓ , କନ୍ଧମାଳ ଜିଲ୍ଲା ସମାଜିକ। ସମୀକ୍ଷକ ଦୁଃଶାସନ ସିଂ, ଫିରିଙ୍ଗିଆ ବ୍ଲକ ମିଶନ ଶକ୍ତି ସଂଯୋଜକ ବାଦଲ କୁମାର ଦିଗାଳ ପ୍ରମୁଖ ସାମିଲ୍ ହୋଇଥିଲେ।