କୋଲକାତା,ଏଜେନ୍ସି: ଦେଶରେ ଟିକାକରଣ ଜାରି ରହିଛି। ଅଚାନକ କରୋନାର ଦ୍ୱିତୀୟ ଲହରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏହି ମଧ୍ୟରେ କରୋନାର ତୃତୀୟ ଲହରିକୁ ନେଇ ସରକାର ସତର୍କ କରାଇଥିବା ବେଳେ ଅଧିକରୁ ଅଧିକ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଦେଶରେ ଟିକାର ଅଭାବ ଯୋଗୁଁ ଟିକାକରଣ ଧୀରେ ଚାଲୁଛି। ଏନେଇ ରାଜ୍ୟ ସରକାର ମାନେ କେନ୍ଦ୍ରର ଟିକା ନୀତିକୁ ନେଇ ପ୍ରଶ୍ନ କରୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।
ମମତା ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଟିକା ଦେଉନାହାନ୍ତି। ଏଥିସହିତ କେନ୍ଦ୍ର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗାଇବାକୁ ଦାବି କରିଛନ୍ତି। ଅନ୍ୟପଟେ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଭାରତରେ ଟିକାକରଣ ଶେଷ ହେବା ନେଇ କୁହାଯାଇଥିଲା। ଏହାକୁ ମଧ୍ୟ ମମତା କେନ୍ଦ୍ର ସରକାରଙ୍କ ଧୋକା ବୋଲି କହିଛନ୍ତି।