ନୂଆଦିଲ୍ଲୀ: ବାୟୁସେନା ହେଲିକପ୍ଟର ଦୁର୍ଘଟଣାକୁ ନେଇ ସଂଧ୍ୟା ୬ଟା ୩୦ରେ କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି(ସିସିଏସ୍) ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ସୁରକ୍ଷା ସମ୍ପର୍କିତ ସବିଶେଷ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ସେନାର ଏହି ହେଲିକପ୍ଟରରେ ପ୍ରମୁଖ ରକ୍ଷା ଅଧ୍ୟକ୍ଷ(ସିଡିଏସ୍) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୪ଜଣ ଥିଲେ। ସେଥିମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ଉକ୍ତ ଘଟଣା ସମ୍ବନ୍ଧରେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ବୟାନ ଦେବେ। ଅନ୍ୟପଟେ ଉଚିତ ସମୟରେ ମନ୍ତ୍ରଣାଳୟ ପକ୍ଷରୁ ଘଟଣା ସମ୍ବନ୍ଧରେ ବୟାନ ଦିଆଯିବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।