ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ରହିଯାଇଥିବା ପରୀକ୍ଷାର କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି ପରୀକ୍ଷା ଆସନ୍ତା ଜୁଲାଇ ୧ରୁ ଆରମ୍ଭ ହୋଇ ୧୫ରେ ଶେଷ ହେବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସଇ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ନିଜ ସାନିଟାଇଜର ଆଣିବେ। ନାକ ଓ ମୁହଁ ଘୋଡ଼ାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବେ। ଛାତ୍ରଛାତ୍ରୀଙ୍କୁ ୧୦ଟାରୁ ୧୦ଟା ୧୫ରେ ଖାତା ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ। ଆଉ ୧୦ଟା ୩୦ରେ ଉତ୍ତର ଲେଖିôବାକୁ ଅନୁମତି ମିଳିବ। ସମସ୍ତେ ସମାଜିକ ଦୂରତ୍ୱକୁ ବଜାୟ ରଖିବେ। ତାଙ୍କ ୱାର୍ଡରେ ଯେପରି କେହି ଅସୁସ୍ଥ ନଥାନ୍ତି ସେସମ୍ପର୍କରେ ଅଭିଭାବକ ଜଣାଇବେ।