ବରଗଡ/ଅତାବିରା,ଏନ୍ଏନ୍ଏସ୍: ପାହାଡଶ୍ରିଗିଡା ଗ୍ରାମରେ କଫ ସିରଫ ବିକ୍ରି ହେଉଥିବା ବେଳେ ଆଜି ଅତାବିରା ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାପକ କଫ ସିରଫ ଓ ଟ୍ୟାବଲେଟ ଜବତ କରିଛି ପୁଲିସ। ଏଥିସହ ଏହି କାରବାରରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ୨ ଜଣ ହେଲେ ପାହାଡଶ୍ରିଗିଡା ଗ୍ରାମର ଜିତୁ ପ୍ରଧାନ ଓ ସୁବ୍ରତ ମେହେର। ସେମାନଙ୍କ ଠାରୁ ପୁଲିସ ୨୬ ବୋତଲ ୧୦୦ ମିଲି ଲିଟର ଏସ୍କୋଫ କଫ ସିରଫ, ଗୋଟାଏ ପ୍ଲାଷ୍ଟିକ ଜାର୍କିନରେ ୧୦ ଲିଟର ଅପ ମିଶ୍ରିତ ତରଳ ଓ ୧ ଷ୍ଟ୍ରିପ ଆଲପ୍ରେକ୍ସ ଟ୍ୟାବଲେଟ ଜବତ କରିଛି। ଏଥିସହ ଉଭୟ ଅଭିଯୁକ୍ତଙ୍କୁ ଅତାବିରା ଥାନା କେଶ ନମ୍ବର ୧୬୦/ ତା୧୯/୦୬/୨୦୨୧ରେ ଭାରତୀୟ ଦଣ୍ଡ ବିଧାନ ଆଇନ ଦଫା ୨୭୪/୨୭୫/୩୪ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅତାବିରା ଥାନା ଅଧିକାରୀ ଦିଲ୍ଲୀପ ବେହେରା ଜଣାଇଛନ୍ତି।