ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଆଜି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଛି। କେନ୍ଦୁଝର ପଟୁ ତୁରୁମୁଙ୍ଗା ଆଡ଼କୁ ଯାଉଥିବା ଓଡ଼ି-୦୨ବିଏଲ୍-୭୪୪୫ ନମ୍ବର ବିଶିଷ୍ଟ ଏକ ଧଳା ହୁଣ୍ଡାଇ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଛି।

ତେବେ ଏହି ଦୁର୍ଘଟଣାରେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଠିକା ସଂସ୍ଥା ପକ୍ଷରୁ କୌଣସି ସୂଚନା ଫଳକ ନଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।