ବାଲିଗୁଡ଼ା,ଏନ୍ଏନ୍ଏସ୍: କାର ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍ । ମିଳିଥିବା ରିପୋର୍ଟ ମୁତାବକ, ମାଲିପଡ଼ା ଅଞ୍ଚଳର ୨ଜଣ ଯୁବକ କୌଣସି ଏକ କାମରେ ବାଲିଗୁଡ଼ା ଅଭିମୁଖେ ବାହାରିଥିଲେ । ଏହି ସମୟରେ କୁର୍ତ୍ତମଗଡ଼ ନିକଟସ୍ଥ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜିହୁଦା ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜିହୁଦାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି ।