ଦିଲ୍ଲୀରେ ଦ୍ରୁତଗାମୀ କାର ଦୁର୍ଘଟଣାଗ୍ରସ୍ତ; ୨ ଝିଅ ମୃତ, ସମାରୋହରୁ ଫେରୁଥିଲେ ପରିବାର

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଦିଲ୍ଲୀର ଶଙ୍କରପୁର ଅଞ୍ଚଳରେ ଏକ ଦ୍ରୁତଗାମୀ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ମୋଟ ୭ ଜଣ ଥିଲେ । ଏଥରୁ ୨ ଜଣ ଝିଅ ଗୁରୁତର ହୋଇଥିଲେ । ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପୋଷ୍ଟମର୍ଟ ପାଇଁ ମୃତଦେହ ପଠାଇଛି । ଦୁର୍ଘଟଣାର ସାମ୍ନା କରିଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପରେ ଘରକୁ ଯାଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ପୋଲିସ କହିବା ଅନୁସାରେ କାରରେ ଥିବା ଲୋକେ ଦିଲ୍ଲୀର ପୀରାଗଡ଼ି ଅଞ୍ଚଳରୁ ଏକ ସମାରୋହରେ ଯୋଗଦେଇ ସାରିବା ପରେ କଡକଡୁମାସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ଫେରିବା ରାସ୍ତାରେ ବିକାଶମାର୍ଗରେ ସେମାନଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା କେମିତି ହେଲା ପୋଲିସ ଏହାର ତଦନ୍ତ କରୁଛି । କୁହାଯାଉଛି ଯେ, କାର ଦ୍ରୁତଗତିରେ ଯାଉଥିଲା । ତେଣୁ କାର ଭାରସାମ୍ୟ ହରାଇ ଦୁର୍ଘଟଣାର ସାମ୍ନା କରିଥିଲା । ଦୁର୍ଘଟଣା ସାମ୍ନା କରିଥିବା କାର କ୍ଷତିଗ୍ରସ୍ତ ହୋଇଛି ।