ବାଇକ୍ କୁ ଧକ୍କାଦେଇ ୩୦ ଫୁଟ ତଳକୁ ଖସିପିଡ଼ିଲା କାର, ୩ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୨୨୦ ନଂ ଜାତୀୟ ରାଜପଥ ସ୍ୱାମ୍ ନାଳ ପୋଲ ଉପରୁ ୩୦ ଫୁଟ ତଳକୁ ଏକ କାର୍ ଖସିପଡିଛି । କାର୍ ଟି କରଞ୍ଜିଆ ପଟୁ ଆସୁଥିବାବେଳେ ଧାନବେଣି ଛକ ନିକଟରେ ଏକ ବାଇକ୍ କୁ ଧକା ଦେଇ ପଳାଇ ଯାଉଥିବାବେଳେ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପଡିଥିଲା। ଦୁର୍ଘଟଣାରେ କାରରେ ଥିବା ସ୍ୱାମୀ, ସ୍ତ୍ରୀ ଏବଂ ବାଇକ ଆରୋହୀ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। କାରରେ ମୟୁରଭଞ୍ଜ ଜିଲ୍ଲାର ବାମ୍ବଡ଼ ଗ୍ରାମର ଚନ୍ଦ୍ରମୋହନ ବାସ୍କେ ଓ ତାଙ୍କ ପତ୍ନୀ ରାନାମଣି ବାସ୍କେ ଜଗତସିଂହପୁରକୁ ଯାଉଥିଲେ। ଡ୍ରାଇଭର ଭକ୍ତ ହାଁସଦା ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ବାଇକ ଆରୋହୀଙ୍କ ପରିଚୟ ମିଳିିନାହିଁ।