ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ପ୍ରକୃତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ଅଭିନେତ୍ରୀ ପ୍ରକୃତି ମିଶ୍ର ସହାୟତାର ହାତ ବଢ଼ାଇଛନ୍ତି । ପ୍ରକୃତି ତାଙ୍କ ପରିବାରବର୍ଗଙ୍କ ସହ ଯାଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟି ଆର୍ଥିକ ସହାୟତା ଦେଇଛନ୍ତି । ଏହାସହ ସେ ଜଡ଼ିତ ଥିବା ସାମାଜିକ ସଂଗଠନ ସିଖ ଏଡର ସଦସ୍ୟଙ୍କ ସହ ଏସସିବି ମେଡିକାଲକୁ ଯାଇ ମଧ୍ୟ ଆହତଙ୍କୁ ଭେଟିଛନ୍ତି । ନିଜ ସକ୍ଷମ ଅନୁସାରେ ସହାୟତାର ହାତ ବଢ଼ାଇବା ପାଇଁ ପ୍ରକୃତି ସଭିଙ୍କୁ ନିବେଦନ କରିଛନ୍ତି । ଉକ୍ତ ଘଟଣାରେ କଡ଼ା ଭାବେ ତଦନ୍ତ କରାଯାଉ ଏବଂ ଯେଉଁମାନେ ଏଥିରେ ଜଡ଼ିତ ଅଛନ୍ତି ସେମାନେ ନିଜ ଦାୟିତ୍ୱବୋଧତାକୁ ବୁଝି ଇସ୍ତଫା ଦେବା ଉଚିତ ବୋଲି ପ୍ରକୃତି କହିଛନ୍ତି ।