ନୂଆଦିଲ୍ଲୀ,ଏଜେନ୍ସି: ଥମିବାର ନାଁ ନେଉନାହିିଁ ସିଏଏ ହିଂସାକାଣ୍ଡ। ଏ ନେଇ ଦିଲ୍ଲୀରେ ଗତ ୨ ଦିନ ଧରି ହୋଇଥିବା ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କ ମଧ୍ୟରୁ ୩୦ପ୍ରତିଶତ ଗୁଳିମାଡ଼ ଖାଇଥିବା ବେଳେ ୩୦ପ୍ରତିଶତ ଛୁରୀ ଓ ଖଣ୍ଡାରେ ହଣାହଣି ହୋଇଛନ୍ତି। ଏଥିରେ ସମଗ୍ର ପୂର୍ବ ଦିଲ୍ଲୀ ଅଶାନ୍ତ ରହିଥିବା ବେଳେ ଚାରିଆଡେ ଜଳାପୋଡା ଓ ଭଙ୍ଗାରୁଜାର ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳୁଛି।
ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଫ୍ଲାଗ୍ମାର୍ଚ୍ଚ କରୁଛନ୍ତି । ଗତକାଲି ଉତ୍ତେଜନା ଥିବା ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା। ଏଣିକି ସ୍ଥିତି ଶାନ୍ତ ପଡିବ ବୋଲି ଆଶ୍ୱାସନା ଦେଇଛନ୍ତି। ସେପଟେ ଆଜି ପୂର୍ବ ଦିଲ୍ଲୀର ୮୦ଟି କେନ୍ଦ୍ରରେ ଯୁକ୍ତ ଦୁଇ ସିବିଏସଇ ଇଂରାଜୀ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ପରେ ପରୀକ୍ଷା ତାରିଖ ଘୋଷଣା ହେବ।