ପ୍ରକାଶ ପାଇଲା ଉପନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଓ ତିର୍ତ୍ତୋଳରେ ନଭେମ୍ବର ୩ ତାରିଖରେ ହେବାକୁ ଥିôବା ଉପନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଅକ୍ଟୋବର ୧୬ରେ ଶେଷ ହେବ। ଅକ୍ଟୋବର ୧୭ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଓ ୧୯ ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଭାବେ ଘୋଷଣା କରାଯାଇଛି। ପରେ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ। ଏଥିସହିତ ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। କୋଭିଡ କଟକଣା ମଧ୍ୟରେ ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ। ଆଉ ଯଦି କୌଣସି ଦଳ ବା ଭୋଟର ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।