କଟରାରୁ ଜମ୍ମୁ ଯାଉଥିବା ବସରେ ଲାଗିଲା ନିଆଁ, ୪ ମୃତ

ଜମ୍ମୁ-କଶ୍ମୀର: କଟରାରୁ ଜମ୍ମୁ ଯାଉଥିବା ଏକ ବସରେ ହଠାତ ନିଆଁ ଲାଗିଯାଇଛି । ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ହେଲେ ନିଆଁ ଲାଗିବା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିଛନ୍ତି । ଆହତଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବସରେ ଯାଉଥିବା ସମସ୍ତ ଯାତ୍ରୀ ବୈଷ୍ଣବ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଉଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ୍ କରିଥିଲେ । ଜମ୍ମୁ-କଶ୍ମୀରର ଡେପୁଟି କମିଶନର ବବିଲା ରଖବାଲାଙ୍କ ସହ କଥା ହେବା ସହ ଆହତଙ୍କୁ ଆର୍ଥିକ ସହୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି ।