ତୈଳ ଦର ବୃଦ୍ଧି ପ୍ରଭାବରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ବର୍ଦ୍ଧିତ ତୈଳ ଦରକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ାରେ କିଲୋମିଟର ପିଛା ୩ ପଇସା ଏବଂ ଡିଲକ୍ସ ଓ ଏସି ବସ ଭଡ଼ାରେ କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୋଟିସ ଜାରି ହୋଇଛି।

ଏଥିରେ ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସା ପ୍ରତି କିଲୋମିଟର, ଏକ୍ସପ୍ରେସ ବସ୍ ଭଡ଼ା ୭୦ ପଇସାରୁ ୭୩ ପଇସା ପ୍ରତି କିଲୋମିଟର, ଡିଲକ୍ସ ବସ୍ ଭଡ଼ା ୯୫ ପଇସାରୁ ୧୦୧ ପଇସା ପ୍ରତି କିଲୋମିଟର ଓ ଏସି ଡିଲକ୍ସ ବସ୍ ଭଡ଼ା ୧୧୭ ପଇସାରୁ ୧୨୩ ପଇସା ପ୍ରତି କିଲୋମିଟର ବୃଦ୍ଧି କରାଯାଇଛି।