ମୁହାମୁହିିଁ ବସ୍ ଟ୍ରକ୍ ଦୁର୍ଘଟଣା, ୧୦ ମୃତ

ବିକାନେର,ଏଜେନ୍ସି: ରାଜସ୍ଥାନର ବିକାନେର ଜିଲ୍ଲା ଅନ୍ତର୍ଗତ ଶ୍ରୀଡୁଙ୍ଗରଗଢ଼ ଦେଇ ଯାଇଥିବା ୧୧ନଂ ଜାତୀୟ ରାଜପଥରେ ଏକ ବସ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା​‌ ହେବା ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୨୫ ଯାତ୍ରୀ ଆହତ ହୋଇଛନ୍ତି।

ସେହିପରି ଆହତଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରରାଇଥିବା ଜଣାପଡ଼ିଛି। ପରେ ଏ ସମ୍ପର୍କରେ ପୁଲିସ ଖବର ପାଇଁ ଘଟଣାସ୍ଥଳକୁ ଯାଇ ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବସ୍‌ଟି ଯାତ୍ରୀଙ୍କୁ ନେଇ ବିକାନେରରୁ ଜୟପୁର ଯାଉଥିବାବେଳେ ଯୋଧାସର ଏବଂ ସେରୁଣା ଗାଁ ମଧ୍ୟ ଭାଗରେ ଆଗ ପଟୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଯାଇଥିଲା। ଏହି ସମୟରେ ବସଟିରେ ନିଆଁ ଲାଗିଯାଇଥିଲା। ଖବରପାଇ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।