ଜୟପୁର,ଏଜେନ୍ସି: ଗତକାଲି ବିଳମ୍ବିତ ରାତ୍ରିରେ ରାଜସ୍ଥାନର ସିକର ଜିଲ୍ଳାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଖାଟୁଶ୍ୟାମ ଥାନା ଅନ୍ତର୍ଗତ ଚୋମୁ ପୁରୋହିତାନ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଜିପ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ସେଠାରୁ ଆହତ ମାନଙ୍କୁ ଖାଟୁଶ୍ୟାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅଧିକ ଗୁରୁତରଙ୍କୁ ଜୟପୁରସ୍ଥିତ ଏସ୍ଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
