ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ବହୁବିଧ ସୁବିଧା ସହ ଆଜି ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅତ୍ୟାଧୁନିକ ରାଜରାସ୍ତାର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ରାଜ୍ୟବାସୀଙ୍କୁ ଉପହାର ଦେବେ । ଏହି ରାଜପଥ ସହ ଉତ୍ତର ପ୍ରଦେଶ ଦେଶରେ ସର୍ବାଧିକ ଏକ୍ସପ୍ରେସ-ୱେ ଥିବା ରାଜ୍ୟ ହୋଇଯିବ ।
୪ ଥାକିଆ ରୋଡ ଚିତ୍ରକୁଟ (ଏନ୍ଏଚ୍-୩୫) ବାନ୍ଦା, ମହୋବା, ହମୀରପୁର, ଜାଲୌନ, ଔରିୟା ଓ ଇଟାୱା ଦେଇ ଯିବ । ଇଟାୱାରେ ଏକ୍ସପ୍ରେସ-ୱେ କୁଦରୈଲ ନିକଟରେ ଲଖନଉ-ଆଗ୍ରା ଏକ୍ସପ୍ରେସ-ୱେକୁ ଯୋଡ଼ିବ । ଏହି ରାସ୍ତାରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି । ୬ ସିଓ ଓ ୧୨୮ ପୋଲି ଯବାନ ମୁତୟନ ହେବେ । ଏଥିରେ ସେନା ଓ ରାଜ୍ୟ ପୋଲିସ ସାମିଲ ଅଛନ୍ତି । ଏଥି ସହିତ ୧୨ ଇନୋଭା ଗାଡ଼ି ପେଟ୍ରୋଲିଂରେ ନିୟୋଜିତ ହେବେ । ଚିତ୍ରକୁଟରୁ ଦିଲ୍ଲୀ ୨୯୬ କିମି ରାସ୍ତା ମାତ୍ର ୬ ଘଣ୍ଟା ସମୟ ଲାଗିବ ।
ସୂଚନାଯୋଗ୍ୟ, ୨୦୨୦ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେ ପାଇଁ ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ୨୦୨୩ ଫେବ୍ରୁଆରିରେ ନିର୍ମାଣ ଶେଷ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ୮ ମାସ ପୂର୍ବରୁ ନିର୍ମାଣ କାମ ସରିଛି । ଏହି ଏନ୍ଏଚ୍ର ନିର୍ମାଣରେ ୧୪,୮୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।