Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୭ ଲକ୍ଷର କୋଠା, ମରାମତି ଖର୍ଚ୍ଚ ୬୪ ଲକ୍ଷ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୭ ଲକ୍ଷର କୋଠା, ମରାମତି ଖର୍ଚ୍ଚ ୬୪ ଲକ୍ଷ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ବିଭାଗ ଜରିଆରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ କ୍ଷମତାର ଅପବ୍ୟବହାର କରି ଉକ୍ତ ଅର୍ଥକୁ ଜନକଲ୍ୟାଣ ପରିବର୍ତ୍ତେ ବାବୁଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା କରିବାରେ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ୧୯୯୪ ଜାନୁଆରୀ ପହିଲାରେ ଦେବଗଡ଼ ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ମିଳିଥିଲା। ଜିଲ୍ଲା ଗଠନ ହେବାର ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ବିଭାଗ ଭଡ଼ାଘରେ ଚାଲୁଥିବା ବେଳେ ବହୁ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସରକାରୀ ବାସଭବନ ନିର୍ମାଣ ହୋଇପାରିନି। ଏହିକ୍ରମରେ ଜିଲ୍ଲାପାଳଙ୍କ ପାଇଁ ପ୍ରାୟ ୨୭ ଲକ୍ଷ ଟଙ୍କାରେ ନିର୍ମିତ କୋଠା ଦୀର୍ଘ ବର୍ଷ ପରେ ୨୦୧୬ରେ ଜିଲ୍ଲାର ୨୬ତମ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ବ୍ୟବହାର କରିଥିଲେ।

ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି କୋଠା ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିବା ପରେ ୨୦୧୬ରୁ ବାସଗୃହପୋଯୋଗୀ ହୋଇଥିଲା। ତେବେ ୨୦୧୮ ଅଗଷ୍ଟରେ ଦେବଗଡ଼ ଜିଲ୍ଲାର ୩୦ତମ ଜିଲ୍ଲାପାଳ ଭାବେ ସୁଧାଂଶୁ ମୋହନ ସାମଲ ଯୋଗ ଦେବା ପରଠାରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ କୋଠା ନିର୍ମାଣର ମାତ୍ର ୩ ବର୍ଷ ପରେ ମରାମତି ଓ ନବୀକରଣ ନାମରେ ପ୍ରାୟ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଉକ୍ତ ଅର୍ଥ ବିନିଯୋଗ କରାଯିବା ଜଣାପଡ଼ିବା ପରେ ଜିଲ୍ଲାର ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

ସୂଚନା ଅନୁସାରେ ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ବିନା ଟେଣ୍ଡରରେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ୧୪ଟି ଫାଇଲ କରାଯାଇ ନବୀକରଣ ନାମରେ ୬୩ଲକ୍ଷ ୪୧ ହଜାର ୨୭୨ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ତେବେ ୨୭ଲକ୍ଷ ଟଙ୍କା କୋଠାର ମରାମତି ଓ ନବୀକରଣରେ ପ୍ରାୟ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ରାଜକୋଷର ଅସତ୍ ବିନିଯୋଗ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନାରାୟଣ ପଟେଲଙ୍କ ମତାମତ ନେବାରୁ ଜିଲ୍ଲା ମୁଖିଆଙ୍କ ଆଦେଶକୁ ଅବମାନନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରକାଶ କରିବା ସହ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଲ୍ଲାପାଳଙ୍କ ବାସଭବନର ନବୀକରଣ ପାଇଁ ୧୪ଟି ପର୍ଯ୍ୟାୟରେ୬୩ଲକ୍ଷ ୪୧ ହଜାର ୨୭୨ ଟଙ୍କା ବ୍ୟୟ କରାଯାଇଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।