୨୦୨୧-୨୨ ବଜେଟ: ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟର ଉପସ୍ଥାପନ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ରେଳବାଇ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ୧ ଲକ୍ଷ ୭ ହାଜର ୧ ଶହ କୋଟି ଟଙ୍କା ପୁଞ୍ଜିଗତ ଖର୍ଚ୍ଚରେ ବ୍ୟବହାର ହେବ। ଖଡ଼ଗପୁରରୁ ବିଜୟୱାଡା ପର୍ଯ୍ୟନ୍ତ ହେବ ଇଷ୍ଟକୋଷ୍ଟ କରିଡର। ଏଥିସହିତ ରେଳ ଲାଇନରେ ବିଦ୍ୟୁତ କରଣ କାର୍ଯ୍ୟ ୭୨ ପ୍ରତିଶତ ପୂରଣ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି।

ସେହିପରି ଅର୍ଥମନ୍ତ୍ରୀ ଇନ୍‌ସ୍ୟୁରାନ୍ସ ସେକ୍ଟରରେ ଏଫଡିଆଇ ନିବେଶ ସୀମା ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି।

ସ୍ୱଚ୍ଛ ଭାରତ ମିଶନ ୨.୦ର ଘୋଷଣା ହୋଇଛି। ଏହି କ୍ଷେତ୍ରରେ ୧ ଲକ୍ଷ ୪୧ ହଜାର ୬୭୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯାହାକି ଆଗାମୀ ୫ ବର୍ଷରେ ଖର୍ଚ୍ଚ କରାଯିବ।

ଅନ୍ୟପଟେ ଗେଲ ଇଣ୍ଡିଆ ଲିମିଟେଡ, ଇଣ୍ଡିଆନ ଅଏଲ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପାଇପଲାଇନର ବିମୁଦ୍ରୀକର କରାଯିବ।