ପାକିସ୍ତାନର ଷଡ଼ଯନ୍ତ୍ରକୁ ପଣ୍ଡ କଲା ବିଏସଏଫ୍: ୧୩୫ କୋଟିର ହେରୋଇନ ଜବତ

ଜମ୍ମୁ,ଏଜେନ୍ସି: ପାକିସ୍ତାନର ଆଉ ଏକ ବଡ଼ ଷଡ଼ଯନ୍ତ୍ରକୁ ଆଜି ବିଏସଏଫ୍ ଯବାନ ମାନେ ପଣ୍ଡ କରିଛନ୍ତି। ଯବାନ ମାନେ ଆଜି ଜମ୍ମୁ ସୀମାରେ ପାକିସ୍ତାନର ଏକ ଚୋରା ଚାଲାଣକାରୀକୁ ନିହତ କରିଛନ୍ତି। ଏହି ଚୋରା ଚାଲାଣକାରୀ ନିକଟରୁ ୨୭ କେଜି ହେରୋଇନ ଜବତ ହୋଇଛି। ଯାହାର ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ୧୩୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ବିଏସଏଫର ମୁଖପାତ୍ରଙ୍କ ସୂଚନା ଅନୁସାରେ ଜମ୍ମୁର ତଡକେ ସୀମାରେ ନିୟୋଜିତ ଥିବା ଯବାନ ମାନେ ସୀମା ନିକଟରେ କିଛି ଗତିବିଧି ଲକ୍ଷ କରିଥିଲେ। ଏହି ମଧ୍ୟରେ ଯେତେବେଳେ ପାକିସ୍ତାନ ସୀମାରୁ ଭାରତକୁ ସୀମାକୁ ଏହି ଚୋରା ଚାଲାଣକାରୀ ପ୍ରବେଶ କରୁଥିଲା ଯବାନମାନେ ତାକୁ ଚେତାବନୀ ଦେଇଥିଲେ ସୁଦ୍ଧା ସେ ଭିତରକୁ ପ୍ରବେଶ କରିଥିଲା। ଏହା ପରେ ଯବାନମାନେ ଗୁଳିଚାଳନା କରିଥିଲେ। ଏଥିରେ ସେ ନିହତ ହୋଇଥିଲା। ଉକ୍ତ ଚାଲାଣକାରୀ ନିକଟରୁ ୨୭ ପ୍ୟାକେଟ ହେରୋଇନ ଜବତ ହୋଇଛି।