ଦାଦା ଖୁଡିଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ପିଙ୍ଗିଲା ପୁତୁରା

ବଲାଙ୍ଗିର,ଏନ୍ଏନ୍ଏସ୍: ଟିଟିଲାଗଡ ସବ ଡିଭିଜନ ବଙ୍ଗୋମୁଣ୍ଡା ବ୍ଲକ କୁଟ୍ରାବେଡା ଗାଁ ରେ ଡବଲ ମଡ଼ର୍ର। ଦାଦା ଖୁଡିଙ୍କୁ ରାତିରେ ହାଣି କୂଅରେ ପିଙ୍ଗିଦେଲା ପୁତୁରା। ସୂଚନାନୁସାରେ, ଗାଁରେ ଥିବା ତ୍ରିଲୋଚନ ନାଗଙ୍କ ପରିବାର ସହ ତାଙ୍କ ପୁତୁରାଙ୍କ ପରିବାରର ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା।

ଏଭଳି ଘଟଣା ଘଟିଛି କୁଟ୍ରାବେଡ଼ା ଗାଁରେ ରହୁଥିବା ତ୍ରିଲୋଚନ ନାଗଙ୍କ ପରିବାର ଏବଂ ତାଙ୍କ ପୁତୁରା କୁଶ ନାଗଙ୍କ ସହ ଦୀର୍ଘ ବର୍ଷରୁ ଜମିକୁ ନେଇ ବିବାଦ ରହିଥିଲା। ଜମି ବିବାଦ ଦିନକୁ ଦିନ ଦୁଇ ପରିବାରରେ ବଢି ବଢି ଚାଲିଥିଲା।
ତେଣେ ଗତକାଲି ରାତିରେ ତ୍ରିଲୋଚନ ଗାଁରେ ତାସ ଖେଳୁଥିବା ସମୟରେ ଅଚାନକ ପୁତୁରା କୁଶ ଆସି କଳହ ଆରମ୍ଭ କରିଥିଲା। ପୂର୍ବରୁ ହତ୍ୟା ଯୋଜନା କରିଥିବା ପୁତୁରା କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା।

ଖବରପାଇ ତ୍ରିଲୋଚନଙ୍କ ସ୍ତ୍ରୀ ବିରୋଧ କରିବାକୁ କୁଶ ପ୍ରଥମେ ନିଜ ଖୁଡ଼ୀଙ୍କୁ ହତ୍ୟା କରିବା ପରେ ତ୍ରିଲୋଚନ ଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଗାଁର ଏକ କୂଅରେ ଫିଙ୍ଗି ଦେଲା। ପୁଲିସ ଖବର ପାଇ ହତ୍ୟାକାରୀ କୁଶକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।