ଜଳେଶ୍ୱରରୁ ପୁଣି ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ, ଜଣେ ଗିରଫ

ବାଲେଶ୍ୱର,ଏଜେନ୍ସି: ରାଜ୍ୟରେ ଧଳା ଜହର କାରବାର ଉପରେ ରୋକ ଲାଗି ପାରୁନାହିଁ। ଆଜି ପୁଣି ବାଲେଶ୍ୱର ଜଳେଶ୍ୱରରେ ୨୬ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଛି ପୁଲିସ। ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଅବକାରୀ ଅଧିକାରୀମାନେ ସକାଳୁ ସକାଳୁ ଜଳେଶ୍ୱର କାମରଡା ଅଞ୍ଚଳରେ ଡିଲ୍ କରୁଥିବା ସମୟରେ ୨୬ ଲକ୍ଷ ଗ୍ରାମ ବ୍ରାଉନ ସୁଗାର ଜବତ କରି ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିଲେ।

୫୭ନଂ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନରେ କିଛି ଯୁବକଙ୍କୁ ଧଳାଜହର କିଣାବିକା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଜଳେଶ୍ୱର ଓ ଭୋଗରାଇର ଅବକାରୀ ବିଭାଗ ଚଢାଉ କରିଥିଲା। ଏହି ଚଢଉ ୨୬୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି। ଏତେ ମାତ୍ରାରେ ଡ୍ରଗ୍ସ ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ପଲିସକୁ କୌଣସି ଠୋସ୍ ସୂଚନା ଦେଇପାରି ନଥିଲା, ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା।