ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଇସ୍ତଫା ଦେଇଛନ୍ତି । ଆଗାମୀ ପ୍ରଧାନମନ୍ତ୍ରୀ ନିର୍ବାଚତ ହେବା ପର୍ଯ୍ୟନ୍ତ ଟ୍ରସ ଦାୟିତ୍ୱ ସମ୍ଭାଳିବେ । ଟ୍ରସ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର କିଛି ସପ୍ତାହ ପରେ ଅର୍ଥବ୍ୟବସ୍ଥା ଠିକ୍ ଭାବେ ପରିଚାଳିତ କରିନପାରିବାରୁ ପାର୍ଟିରେ ଅସନ୍ତୋଷ ଦେଖା ଦେଇଥିଲା । ଗତ ୨ ସପ୍ତାହ ମଧ୍ୟରେ ୨ଜଣ ସଦସ୍ୟ ପାର୍ଟିରୁ ଇସ୍ତଫା ମଧ୍ୟ ଦେଇଥିଲେ ।
ଲିଜ ଟ୍ରସ କହିଛନ୍ତି ଯେ, ଯେଉଁ ଜନାଦେଶ ପାଇଁ ମୋତେ ଚୟନ କରାଯାଇଥିଲା ମୁଁ ତାକୁ ପୂରଣ କରିପାରିବିନି । ସେଥିପାଇଁ ଇସ୍ତଫା ଦେଉଛି ।