ବରଯାତ୍ରୀ ଗାଡି ଦୁର୍ଘଟଣା: ଘଟଣାସ୍ଥଳରେ ୪ ମୃତ ୭ ଆହାତ ମେଡିକାଲରେ ଭର୍ତ୍ତି

କେସିଙ୍ଗା,ଏନ୍ଏନ୍ଏସ୍: ଭବାନୀପାଟନାରେ କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲଖମନ ନିକଟରେ ମର୍ମନ୍ତୁତ ଦୁର୍ଘଟଣା । ବିବାହ ଭୋଜି ଖାଇ ଫେରୁଥିବା ବରଯାତ୍ରୀ ଗାଡ଼ିକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭ ଗୁରୁତ୍ତର ଆହାତଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତ୍ତର ହେବାରୁ ସେମାନଙ୍କୁ ଭବାନିପାଟଣା ସ୍ଥାନାନ୍ତର କରାଯାଇଛି । 

ଗାଡିଟି ପିପଳପଦାରରୁ ବାହାଘର ସାରି ସିସକେଲା ଅଭିମୁଖେ ବୋଲେରୋ ଗାଡରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଧାନ ବୋଝେଇ ଟ୍ରକ୍ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ଥିବା ସୂଚନା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୭ ଜଣ ଗୁରୁତ୍ତର ଆହାତ ହୋଇଥିଲେ । ଆହାତଙ୍କ ମଧ୍ୟରେ ଗୁରୁତ୍ତର ଥିବା ଜଣେ ଶିଶୁ ବୁର୍ଲା ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି ।