ବ୍ରାସିଲିଆ,ଏଜେନ୍ସି: ବ୍ରାଜିଲର ରାଷ୍ଟ୍ରପତି ଜାଏର ବୋଲସୋନାରୋ କୋଭିଡ୍-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଏକଥା ନିଜେ ଜାଏର ଘୋଷଣା କରିଛନ୍ତି।
ସେ କହିଛନ୍ତି, କରୋନା ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଆସିଛି। ହେଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖାଦେଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବ୍ରାଜିଲରେ ସୋମବାର ସୁଦ୍ଧା ୬୫ ହଜାର ୬୩୧ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୬ ଲକ୍ଷ ୨୮ ହଜାର ୨୮୩ ଜଣ ସଂକ୍ରମିତ ହୋଇଛନ୍ତି।