ବାଲେଶ୍ୱର,ଏନଏନଏସ୍ : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ଛାନୁଆ ଗାଁ ଏବେ ବ୍ରାଉନସୁଗାର ହବ ସେଂଟର ପାଲଟିଛି। ଗତ କିଛି ଦିନ ହେବ ସେଠାରେ ଏହି ବ୍ରାଉନସୁଗାର କାରବାର ଚାଲୁ ରହିଥିବା ବେଳେ ଦୁଇ ଦିନ ତଳେ ଅବକାରୀ ବିଭାଗ ଜଣେ ବ୍ରାଉନସୁଗାର ବେପାରୀଙ୍କ ଠାରୁ ୧୨ଗ୍ରାମ ବ୍ରାଉନସୁଚଗାର ଜବତ କରିବାକୁ ବେପାରୀଙ୍କୁ ମଧ୍ୟ ଗିରଫ କରିଥିଲା। ଏହାଛଡା ଜଣେ ଯୁବକ ସେଠାରେ ବ୍ରାଉନସୁଗାର ନେବା ପାଇଁ ୫ବର୍ଷର ଜଣେ ଛୋଟ ପିଲାର ପଦୁକ ଚୋରି କରିନେବା ଭଳି ଘଟଣା ଦେଖିବାକୁ ମିଳିଛି।
ହେଲେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ସେଠାରେ ଏକ ଅଘଟଣ ଦେଖିବାକୁ ମିଳିଛି। ଦୁଇ ଜଣ ଯୁବକ ଉକ୍ତ ଛାନୁଆ ଗାଁକୁ ବ୍ରାଉନସୁଗାର ଆଣିବା ପାଇଁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଥିଲେ। ଏପରିକି ଗ୍ରାମବାସୀମାନେ ସେମାନଙ୍କୁ ବାନ୍ଧି ପ୍ରବଳ ମାଡ ମାରିଥିଲେ। ଖବର ପାଇ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଁଚି ଉକ୍ତ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ହୋଇଥିବା ଦୁଇ ଜଣ ଯୁବକ ହେଉଛନ୍ତି ଦୀନେଶ ମହାନ୍ତି ଏବଂ ତପନ ଭୂୟାଁ। ଅନ୍ୟପଟେ ଅବକାରୀ ବିଭାଗ ଏବଂ ବସ୍ତା ପୁଲିସ ଉଭୟ ମିଳିତ ଭାବେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଛାଡି ଦେଇଛି।