Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରେମିକାର ଘରେ ପ୍ରେମିକର ଆତ୍ମହତ୍ୟା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରେମିକାର ଘରେ ପ୍ରେମିକର ଆତ୍ମହତ୍ୟା

ଦେବଗଡ ,ଏନ୍ଏସ୍ଏସ୍: ଦେବଗଡ ଥାନା ଅନ୍ତର୍ଗତ କାଲିଆକଟା ଗ୍ରାମରେ ଜଣେ ପ୍ରେମିକାଙ୍କ ଘରେ ପ୍ରେମିକ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ରିଆମlଳ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ଯୁଗୀ ଗାରିଆ ଙ୍କ ପୁଅ ରାକେଶ ଗରିଆ (24)ଦେବଗଡ ଥାନା ଅନ୍ତର୍ଗତ କାଲିଆକଟା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ l ପ୍ରେମିକ ରାକେଶ ନିଜ ପ୍ରେମିକାଙ୍କ ଘରକୁ ଆସି ଯୁବତୀଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ l ଯୁବତୀଙ୍କ ପରିବାରଲୋକେ ବୁଝା ସୁଝା କଲେମଧ୍ୟ ପ୍ରେମିକ ରାକେଶ ବିବାହ ପାଈଁ ଅଡି ବସିଥିଲା ।

ଶେଷରେ ଯୁବତୀଙ୍କ ପରିବାରଲୋକେ ରାକେଶର ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସବୁକଥା ଜଣାଇବା ସହ ତାଙ୍କୁ ଘରକୁ ନେଇଆସିବାକୁ ଅନୁରୋଧ କରିଥିଲେ l ମାତ୍ର ରାକେଶଙ୍କ ପରିବାରଲୋକ ଯୁବତୀଙ୍କ ପରିବାରର ଅନୁରୋଧକୁ ପ୍ରତ୍ୟାଖାନ କରି ସେମାନଙ୍କୁ ଫେରାଇଦେଇଥିଲେ ।

ଅପରାହ୍ନରେ ଯୁବତୀଙ୍କ ପରିବାର ଲୋକ ନିଜଘରକୁ ଫେରିବା ପରେ ପ୍ରେମିକ ରାକେଶ ନିଜ ପ୍ରେମିକାଙ୍କ ଘରର ଗୋଟିଏ କୋଠରୀର ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ । ଏକ ବେକରେ ଗାମୁଛା ବାନ୍ଧି କୋଠରୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲା ।

ଏହା ଜାଣିବାପରେ ଯୁବତୀଙ୍କ ପରିବାର ଲୋକେ ସୋମବାର ରାତିରେ ଦେବଗଡ ଥାନାକୁ ଆସି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ରାତ୍ରି ଯୋଗୁଁ ମଙ୍ଗଳବାର ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ କୋଠରୀର କବାଟ ଭଙ୍ଗା ଯିବାପରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବାପରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯିବବୋଲି ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି l