ଧୂପକାଠି ନିଅାଁରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ନାବାଳକ

  • ଉଦଳା: ଉଦଳା ବ୍ଲକ୍ ଦୁଗଧା ଗ୍ରାମରେ ଧୂପକାଠି ନିଆଁରୁ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉଦଳା-ଦୁଗଧା ମୁଖ୍ୟରାସ୍ତା କଡ଼ରେ ସ୍ଥାନୀୟ ବାସିନ୍ଦା ରଞ୍ଜନ ମହାପାତ୍ର ଏକ ତେଜରାତି ଦୋକାନ କରିଛନ୍ତି। ଶନିବାର ସନ୍ଧ୍ୟାରେ ରଞ୍ଜନଙ୍କ ସ୍ତ୍ରୀ ଲିଲିମଣି ଦୋକାନରେ ଜଣେ ଗ୍ରାହକଙ୍କୁ ଡିଜେଲ୍ ଦେଉଥିଲେ। ଏହି ସମୟରେ ତାଙ୍କ ୭ ବର୍ଷର ପୁଅ ଶ୍ରେୟାଂସ ଏକ ଜଳନ୍ତା ଧୂପକାଠି ଧରି ଲିଲିମଣିଙ୍କ ନିକଟକୁ ଚାଲି ଆସିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ମା’ ଲିଲିମଣି ଓ ବାପା ରଞ୍ଜନ ସାମାନ୍ୟ ଆହତ ହୋଇଥିବାବେଳେ ପୁଅ ଶ୍ରେୟାଂସଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡିଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ବାରିପଦା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଜୀବନ ସହ ସଂଗ୍ରାମ କରି ରବିବାର ଭୋର ସମୟରେ ଆଖିବୁଜି ଦେଇଛି ଶ୍ରେୟାଂଶ। ଆଜି ସନ୍ଧ୍ୟାରେ ଶ୍ରେୟାଂଶର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି।