କଳା ବ୍ୟାଜ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଟିମ୍‌

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ୱାର୍ଲ୍ଡ ଚାମ୍ପିଅନସିପର ଫାଇନାଲ ମୁକାବିଲା ଆଜିଠୁ ଲଣ୍ଡନର ଓଭାଲରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଟିମ୍ ହାତରେ କଳା ବ୍ୟାଜ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଛି । ଓଡ଼ିଶା ଟ୍ରେନ ଦୁର୍ଘଟଣାର ପୀଡ଼ିତଙ୍କୁ ଶୋକବ୍ୟକ୍ତ କରିବା ପାଇଁ ଉଭୟ ଟିମ୍ କଳା ବ୍ୟାଜ ପିନ୍ଧିଛନ୍ତି ।

ସୂଚନାଯୋଗ୍ୟ, ବାହାନଗାସ୍ଥିତ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ହଜାରେରୁ ଉର୍‌ଦ୍ଧ୍ୱ ଆହତ ହୋଇଛନ୍ତି ।