ବୋରିସ ଜନସନଙ୍କ ଭାରତ ଯାତ୍ରା ବାତିଲ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗାମୀ ସପ୍ତାହରେ ଭାରତ ଆସିବେନି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଦେଶ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜନସନଙ୍କ ଭାରତ ଯାତ୍ରା ରବିବାରଠୁ ଆରମ୍ଭ ହୋଇଥାନ୍ତା।

ସୂଚନାଯୋଗ୍ୟ, ବୋରିସ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ସାମିଲ ହେବାର ଥିଲା। କିନ୍ତୁ ବ୍ରିଟେନରେ ବଢ଼ୁଥିବା କରୋନା ମାମଲାକୁ ଦେଖି ସେ ତାଙ୍କ ଗସ୍ତ ରଦ୍ଦ କରି ଦେଇଥିଲେ। ପୁଣିଥରେ କରୋନା ଯୋଗୁ ସେ ତାଙ୍କ ଗସ୍ତ ରଦ୍ଦ କରିଛନ୍ତି।