ଦେବଗଡ଼,ଏନ୍ଏନ୍ଏସ୍: କରୋନାର ମୁକାବିଲା କରିବା ପାଇଁ ଦେବଗଡ଼ ଜିଲ୍ଲାରେ ଆଜିଠୁୁ ଆଗଧାଡ଼ିର କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦ୍ୱିତୀୟ ଡୋଜ ଟିକା ନେବାର ୯ମାସ ଅନ୍ତର ହୋଇଥିବା ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯାଉଥିବାବେଳେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଭଳି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଭିତ୍ତିରେ ଏହି ଟିକାକରଣ କରାଯାଉଛି। ବୁଷ୍ଟର ଡୋଜ ଟିକା ପାଇଁ ଜନସାଧାରଣରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିବାବେଳେ ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଟିକାକରଣରେ ଆଜି ବୁଷ୍ଟର ଡୋଜ ପାଇଁ ନିର୍ଦ୍ଧାରିତ ସମୟ ସ୍ଥିର କରାଯାଇ ନଥିବାରୁ ଅନେକ ଫେରିଥିବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାଧନା ଦାଶ ପ୍ରକାଶ କରିଛନ୍ତି।