ବୁଷ୍ଟର ଡୋଜରେ ପୁରୁଣା ଟିକା ଦିଆଯିବ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବୁଷ୍ଟର ଡୋଜ ଦିଆଯିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ବୁଷ୍ଟର ଡୋଜ ଭାବେ ପୁରୁଣା ଟିକାର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏଥିସହିତ ଯଦି ଜଣେ ପ୍ରଥମ ଡୋଜ୍ କୋଭାକ୍ସିନର ଲଗାଇଥିବ ତେବେ ତାକୁ କୋଭାକ୍ସିନ ଦିଆଯିବ। ଅନ୍ୟପଟେ ଯଦି କୋଭିସିଲ୍ଡ ଲଗାଇଥିବ ତେବେ କୋଭିସିଲ୍ଡ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଦ୍ୱିତୀୟ ଡୋଜ ନେବାର ୯ରୁ ୧୨ ମାସ ମଧ୍ୟରେ ବୁଷ୍ଟର ଡୋଜ ଦିଆଯିବ। ବୁଷ୍ଟର ଡୋଜ ପରିଚାଳନା ନେଇ ଆଜି ବିଶେଷଜ୍ଞଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏଥିସହିତ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ମଧ୍ୟରେ ଥିବା ପାଖାପାଖି ୮ କୋଟି ପିଲାଙ୍କ ଟିକାକରଣ ଆରମ୍ଭ ହେବ।