ହାତରେ ଫୁଟିଲା ବୋମା, ଜଣେ ମୃତ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନିର୍ମଳଝରଠାରେ ଏକ ଅଘଟଣ ଘଟିଛି । ବୋମାନେଇ ଯାଉଥିବା ସମୟରେ ବାଟରେ ଦୁର୍ଘଟଣା ଘଟି ବିସ୍ଫୋରଣ ହୋଇଯାଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଦୁଇଜଣ ଯୁବକ ବାଇକରେ ବୋମା ଧରି ଯାଉଥିବାସମୟରେ ବାଟରେ ଚକା ସ୍ଲିପ୍ କରିଯିବାରୁ ତଳେ ଯାଇଥିଲେ। ଫଳରେ ବୋମା ସେଠାରେ ବିସ୍ଫୋରଣ ହୋଇଯାଇଥିଲା । ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।