ଘର ଭିତରେ ପ୍ରସ୍ତୁତ ହେଉଥିଲା ବୋମା, ବିସ୍ଫୋରଣରେ ଜଣେ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

ଭାଗଲପୁର,ଏଜେନ୍ସି: ବିହାରର ଭାଗଲପୁରରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଭାଗଲପୁର ଜିଲ୍ଲା ତାତାରପୁର ଥାନା ଅଞ୍ଚଳର କାଜୱଲୀଚକସ୍ଥିତ ଏକ ଘର ଭିତରେ ହୋଇଛି। ଏହି ଘଟଣାକୁ ପୂରା ସହରରେ ଭୟ ଦେଖାଯାଇଛି। ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିସ୍ଫୋରଣ ଭୟଙ୍କର ଥିଲା। ଫଳରେ ଘର ସଂପୂର୍ଣ୍ଣ ରୂପରେ ଧ୍ୱଂସ ହୋଇ ମାଟିରେ ମିଶିଯାଇଛି। ଆଖପାଖ ଘରର କାନ୍ଥଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ୨୦୦ରୁ ୩୦୦ ମିଟର ଯାଏଁ ଭଗ୍ନାବଶେଷ ପଡିଥିବା ଦେଖାଯାଇଛି। ପଡୋଶୀ ଘର ଭିତରେ ଶୋଇଥିବା ଲୋକେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଖାପାଖି ୪ କିଲୋମିଟର ଯାଏଁ ଶୁଣାଯାଇଥିଲା। କିନ୍ତୁ ୨ କିଲୋମିଟର ପରିଧି ଭିତରେ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ପୋଲିସ ଦୀର୍ଘ ସମୟର ଅପରେଶନ ପରେ ଉଦ୍ଧାର କାର୍ଯ୍ୟ ଶେଷ କରିଛି।