ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧିରେ ଧିରେ ବଢୁଛି ତାତିର ପ୍ରକୋପ। ଆଗକୁ ମଧ୍ୟ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ।
୭ରୁ ୧୨ ମଧ୍ୟରେ ପ୍ରାୟ ୩ ଡିଗ୍ରୀ ସେଲସିୟସ୍ରୁ ଅଧିକ ବଢ଼ିପାରେ। ତେବେ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଛି।
ସେହିବରି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍, ଅନୁଗୁଳ, ତାଳଚେର, ସୋନପୁର, ଭବାନୀପାଟଣା, ଟିଟିଲାଗଡ଼, କାଲିମେଳାରେ ୩୯ ଡିଗ୍ରୀ ସେଲସିୟସ୍ରୁ ଅଧିକ ଏବଂ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍ ହୋଇପାରେ ବୋଲି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।