ଜାମିନରେ ପୁଞ୍ଜିଲାଲ: ମୃତକ ସୌମ୍ୟଶେଖରଙ୍କ ପରିବାରକୁ ପୁଲିସର ସୁରକ୍ଷା

ବଲାଂଗୀର,ଏନ୍ଏନ୍ଏସ୍: ପାଟଣାଗଡ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ ମେହେର ନିଜ ମାଙ୍କ ଶୁଦ୍ଧିକ୍ରୀୟାରେ ଯୋଗ ଦେବା ପାଇଁ ଆଜି ୪ ଦିନ ସକାଶେ ଜେଲରୁ ବାହାରିଛନ୍ତି । ତେବେ ପୁଂଜିଲାଲ ଜେଲରୁ ବାହାରିବା ପରେ ମୃତ ସୌମ୍ୟ ଶେଖରଙ୍କ ବାପା ତାଙ୍କ ପରିବାର ପ୍ରତି ବିପଦ ଅଛି ବୋଲି କହିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ମୃତକଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆ ଯାଇଛି । ବଲାଂଗୀର ଅତିରିକ୍ତ ଏସପି ନିଜେ ଆଜି ସଂଧ୍ୟାରେ ମୃତକଙ୍କ ଘରକୁ ଯାଇ ସୁରକ୍ଷା ଦାୟିତ୍ବ ତଦାରଖ କରିଛନ୍ତି ଓ ପରିବାରକୁ ସମ୍ପୁର୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।