ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ ବେଆଇନ ଭାବେ ବହୁ ପରିମାଣରେ ଜମି ଜବରଦଖଲ ହୋଇଛି। ତେବେ ଏହି ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ଇତି ମଧ୍ୟରେ ଅଣ୍ଟା ଭିଡ଼ିଛି। ସହରର ପ୍ରାୟତଃ ମୁଖ୍ୟ ରାସ୍ତାମାନଙ୍କରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଉଛି। ସେହିକ୍ରମରେ ଆଜି ପ୍ରଶାସନ ତରଫରୁ ଭାଗୀରଥି ଛକରୁ ପିପି ଏକାଡେମୀ ଛକ ମଧ୍ୟରେ ହୋଇଥିବା ଅବୈଧ ନିର୍ମାଣକୁ ଜେସିବି ଲଗାଇ ଭାଙ୍ଗାଯାଉଛି।
ରାସ୍ତା ଉପରକୁ ମାଡି ନିର୍ମିତ ହୋଇଥିବା ଅନେକ ବାସଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ମାଟିରେ ମିଶାଇ ଦିଆଯାଇଛି। ପ୍ରଶାସନର ଏହି ଜବରଦଖଲ ଉଚ୍ଛେଦକୁ ମଧ୍ୟ ଜନସାଧାରଣଙ୍କ ତରଫରୁ ସମର୍ଥନ ମିଳିଛି। ଜବରଦଖଲ ଉଚ୍ଛେଦ ସମୟରେ ପୁଲିସ ଫୋର୍ସ ସହିତ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର, ପୌରନିର୍ବାହୀ ଅଧିକାରୀ ବିପିନ ଦୀନ, ଏସ୍ଡିପିଓ ଶ୍ରୀମନ୍ତ ବାରିକ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ଅବୈଧ ନିର୍ମାଣକୁ ଭଙ୍ଗାଯିବ ଓ ଜବରଦଖଲରୁମୁକ୍ତ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।