ଖନ୍ଦାଶାଳରେ ବଏଲର ଫାଟି ୪ ମୃତ, ୫ ଗୁରୁତର

ପାଟନା,ଏଜେନ୍ସି: ବିହାରର ମୋତିହାରୀ ଅଞ୍ଚଳରେ ଥିବା ଏକ ଏନଜିଓର ଖନ୍ଦାଶାଳରେ ବଏଲର ଫାଟିଯିବାରୁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ସେଠାରୁ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ସରକାରୀ ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଇବା ପାଇଁ କେତେକ ଏନଜିଓକୁ ଠିକା ଦିଆଯାଇଥିବା ବେଳେ ଏଥିରେ ଏହି ଏନଜିଓ ମଧ୍ଧ୍ୟ ସାମିଲ ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଶନିବାର ଭୋର ପ୍ରାୟ ୫ଟାରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେୟାମାନେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ବଏଲର ଫାଟିଯାଇଥିଲା।

ବିସ୍ଫୋରଣର ମାତ୍ରା ଏତେ ଅଧକ ଥିଲା ଯେ ସ୍ଥାନୀୟ ଅଞ୍ଚଳବାସୀ ଏଥିରେ ଭୟଭୀତ ହୋଇପଡ଼ିଥିଲେ। ବିସ୍ଫୋରଣ ଯୋଗୁ ରୋଷଶାଳାର ଛାତ ମଧ୍ୟ ଉଡ଼ିଯାଇଛି।