Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଖନ୍ଦାଶାଳରେ ବଏଲର ଫାଟି ୪ ମୃତ, ୫ ଗୁରୁତର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଖନ୍ଦାଶାଳରେ ବଏଲର ଫାଟି ୪ ମୃତ, ୫ ଗୁରୁତର

ପାଟନା,ଏଜେନ୍ସି: ବିହାରର ମୋତିହାରୀ ଅଞ୍ଚଳରେ ଥିବା ଏକ ଏନଜିଓର ଖନ୍ଦାଶାଳରେ ବଏଲର ଫାଟିଯିବାରୁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ସେଠାରୁ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ସରକାରୀ ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଇବା ପାଇଁ କେତେକ ଏନଜିଓକୁ ଠିକା ଦିଆଯାଇଥିବା ବେଳେ ଏଥିରେ ଏହି ଏନଜିଓ ମଧ୍ଧ୍ୟ ସାମିଲ ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଶନିବାର ଭୋର ପ୍ରାୟ ୫ଟାରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେୟାମାନେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ବଏଲର ଫାଟିଯାଇଥିଲା।

ବିସ୍ଫୋରଣର ମାତ୍ରା ଏତେ ଅଧକ ଥିଲା ଯେ ସ୍ଥାନୀୟ ଅଞ୍ଚଳବାସୀ ଏଥିରେ ଭୟଭୀତ ହୋଇପଡ଼ିଥିଲେ। ବିସ୍ଫୋରଣ ଯୋଗୁ ରୋଷଶାଳାର ଛାତ ମଧ୍ୟ ଉଡ଼ିଯାଇଛି।