ହାଇସ୍କୁଲ ବାରଣ୍ଡାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା ଗ୍ରାମର ପଞ୍ଚାୟତ ହାଇସ୍କୁଲ ବାରଣ୍ଡାରୁ ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି କଣ୍ଟିଆପଡ଼ା ଗ୍ରାମର ବୈରାଗୀ ନାୟକ। ଅପମିଶ୍ରିତ ଓ ବିଶାକ୍ତ ମହୁଲି ପିଇ ବୈରାଗୀଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୈରାଗୀ ଗତକାଲି ସନ୍ଧ୍ୟାରେ ଗାଁରେ ମଦ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ମଦ ପିଇ ଆସିବା ପରେ ସ୍କୁଲ ବାରଣ୍ଡାରେ ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବାରୁ ଗାଁରେ ଉତ୍ତେଜନା ଦେଖାଦେଇଛି।