ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ ଫାଟକ ନିକଟସ୍ଥ ରେଳ ଧାରଣାରୁ ଆଜି ସକାଳେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ବେଲପାହାଡ ରେଳ ରାସ୍ତା ଦେଇ ଯାଉଥିବା ବେଳେ ରେଳ ଧାରଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏନେଇ ପୁଲିସରେ ଖବର ଦେଇଥିଲେ। ଖବରପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ଟ୍ରେନ ଧକ୍କାରେ ସେମାନଙ୍କ ମୃତ୍ୟୁ ହୋଇଥିବା ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ମୃତକଙ୍କ ପରିଚୟ ମିଳିପାରିନାହିିଁ।